
ଆଜି ଅକ୍ଟୋବର ୧୩ ତାରିଖ ତଥା ପ୍ରଖ୍ୟାତ ଅଭିନେତା ଅଶୋକ କୁମାରଙ୍କ ଜୟନ୍ତୀରେ ତାଙ୍କ ବଡ଼ ଝିଅ ଭାରତୀ ଜାଫ୍ରି ପୁରୁଣା ଦିନର କିଛି ସ୍ମୃତିକୁ ତାଜା କରିଛନ୍ତି। ଅଶୋକଙ୍କ ଜୀବନର ଏକ ଘଟଣା ମନେ ପକାଇ ଭାରତୀ କହିଛନ୍ତି, ଦିଗ୍ଗଜ୍ ଅଭିନେତା ରାଜ୍ କପୁର ଓ କ୍ରିଷ୍ଣା ମଲ୍ହୋତ୍ରାଙ୍କ ବିବାହ ସମୟରେ ବାପା ବଲିଉଡ୍ର ସବୁଠାରୁ ବଡ଼ ତାରକା ଥିଲେ। ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ ବାପା ତାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ତେବେ ଏତେ ବଡ଼ ଅଭିନେତା ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସିଥିବାରୁ ନବବଧୂ କ୍ରିଷ୍ଣା ମଞ୍ଚ ଉପରେ ନିଜ ମୁହଁରୁ ଓଢ଼ଣୀ କାଢ଼ିଦେବା ସହ କହିଥିଲେ, ଓଃ ଅଶୋକ କୁମାର!, ମୁଁ ବହୁତ ଖୁସି। କିନ୍ତୁ ସେତେବେଳର ରକ୍ଷଣଶୀଳ ସମାଜରେ କ୍ରିଷ୍ଣାଙ୍କ ଏପରି କାମ ରାଜ୍ କପୁରଙ୍କୁ ପସନ୍ଦ ଆସିନଥିଲା। ସେ ଖୁବ୍ ଅସହଜ ଅନୁଭବ କରିଥିଲେ। ଏହି ଘଟଣା ପାଇଁ ରାଜ କପୁର୍ ବାପାଙ୍କୁ ଦାୟୀ କରିଥିଲେ ଏବଂ ସାରା ଜୀବନ ତାଙ୍କୁ କ୍ଷମା କରିନଥିଲେ।
The post ଅଶୋକ କୁମାରଙ୍କୁ କ୍ଷମା କରି ନଥିଲେ ରାଜ୍ କପୁର first appeared on Sambad.
from ମନୋରଞ୍ଜନ – Sambad https://ift.tt/33VYA1R
0 Comments