
ମୁମ୍ବାଇ: କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି ବଲିଉଡ୍ର ଜଣାଶୁଣା କଶ୍ଠଶିଳ୍ପୀ କୁମାର ସାନୁ। ଫେସ୍ବୁକ୍ରେ କୁମାର ସାନୁଙ୍କ ସୋସିଆଲ୍ ମିଡିଆ ଟିମ୍ ଏ ସଂପର୍କରେ ଖବର ଦେଇଛି। କୁମାର ସାନୁଙ୍କ ଫେସ୍ବୁକ୍ ପେଜ୍ରେ ଲେଖାଯାଇଛି, ‘ଦୁର୍ଭାଗ୍ୟବଶତଃ ସାନୁଦା’ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଦୟାକରି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ଧନ୍ୟବାଦ।’
ନିକଟରେ କୁମାର ସାନୁ ଏକ ସାକ୍ଷାତ୍କାରରେ ତାଙ୍କ ଅାମେରିକା ଗସ୍ତ ଯୋଜନା ବିଷୟରେ କହିଥିଲେ। ସେ ବମ୍ବେ ଟାଇମ୍ସକୁ ନିଜର ସାକ୍ଷାତ୍କାର ଦେଇ କହିଥିଲେ କି ‘ମୁଁ ମୋ ପରିବାର ସହ ସମୟ ବିତାଇବା ପାଇଁ ଆମେରିକା ଯିବାକୁ ଯୋଜନା କରୁଛି। ମୁଁ, ମୋ ପତ୍ନୀ ସାଲୋନି, ଝିଅ ଶାନନ୍ ଏବଂ ଆନ୍ନାବେଲଙ୍କ ସହ ଏବେ କିଛି ଦିନ ସାଥୀରେ ରହିବାର ଯୋଜନା କରିଛି। ମୁଁ ଚିନ୍ତା କରିଛି କି ଅକ୍ଟୋବର ୨୦ରେ ହେବାକୁ ଥିବା ମୋ ଜନ୍ମଦିନ ମୁଁ ସେମାନଙ୍କ ସହ ବିତାଇବି।’
INDIA New England
ମାତ୍ର ତାଙ୍କ ଯୋଜନା ଏବେ ବଦଳି ଯାଇଛି। ତାଙ୍କ ପତ୍ନୀ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ କରୋନା ଆକ୍ରାନ୍ତ ହୋଇଥିବା କାରଣରୁ କୁମାର ସାନୁ ସେମାନଙ୍କୁ ନଭେମ୍ବର ୮ ତାରିଖ ପରେ ଦେଖା କରିପାରନ୍ତି। ତାଙ୍କ ପତ୍ନୀ ଜଣାଇଛନ୍ତି ଯେ କୁମାର ଭଲ ଅନୁଭବ କଲେ ଆମେରିକା ଆସିବେ ନ ହେଲେ ସେମାନେ ସମେସ୍ତ ତାଙ୍କୁ ଭେଟିବା ପାଇଁ ମୁମ୍ବାଇରେ ପହଞ୍ଚିବେ।’
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ ବର୍ତ୍ତମାନ ବିଗ୍ ବସ୍ ସଜିନ୍-୧୪ରେ ନଜର ଆସିଛନ୍ତି। ପୂର୍ବରୁ କୁମାର ସାନୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ତାଙ୍କ ପୁଅକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ।
The post ବଲିଉଡ୍ କଣ୍ଠଶିଳ୍ପୀ କୁମାର ସାନୁ କରୋନା ପଜିଟିଭ୍ ଚିହ୍ନଟ, ସୂଚନା ଦେଲା ତାଙ୍କ ସୋସିଆଲ୍ ମିଡିଆ ଟିମ୍ first appeared on Sambad.
from ମନୋରଞ୍ଜନ – Sambad https://ift.tt/3j5x4mN
0 Comments