‘ଆଦିପୁରୁଷ’ ‌ଚଳଚ୍ଚିତ୍ରରେ ଶିବ ହେବେ ଅଜୟ!

ଚଳଚ୍ଚିତ୍ର ନିର୍ମାତା ଓମ୍‌ ରାଉତ ନିଜ ଆଗାମୀ ଥ୍ରି-ଡି ଚଳଚ୍ଚିତ୍ର ପାଇଁ ଦକ୍ଷିଣୀ ସୁପରଷ୍ଟାର ପ୍ରଭାସଙ୍କ ସହ ହାତ ମିଶାଇଛନ୍ତି। ଭାରତୀୟ ଧର୍ମଗ୍ରନ୍ଥର କାହାଣୀକୁ ତଥା ଖରାପ ଉପରେ ଭଲର ବିଜୟ କଥାବସ୍ତୁକୁ ନେଇ ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ରର ଟାଇଟଲ୍‌ ‘ଆଦିପୁରୁଷ’ ରହିବ। ଏଥିରେ ମୁଖ୍ୟ ଚରିତ୍ରରେ ପ୍ରଭାସ ନଜର ଆ‌ସିବେ। ତେବେ ‘ତାନାଜୀ: ଦ ଅନ୍‌ସଙ୍ଗ୍‌ ୱାରିୟର୍‌’ରେ ଛୋଟେ ନୱାବ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଦମ୍‌ଦାର୍‌ ଅଭିନୟ ପରେ ଆଦିପୁରୁଷରେ ବି ସେ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହେବେ। ସେ ଏଥିରେ ଲଙ୍କାଧିପତି ‘ରାବଣ’ ଚରିତ୍ରରେ ସାମ୍‌ନାକୁ ଆସିବେ।

ସଦ୍ୟତମ ଖବର ଅନୁଯାୟୀ, ଏହି ବିଗ୍‌ ବଜେଟ୍‌ ଚଳଚ୍ଚିତ୍ର‌ରେ ଅଭିନେତା ଅଜୟ ଦେବଗନ୍‌ ବି ନଜର ଆସିବେ। ଏଥିରେ ସେ ମହାଦେବଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ। ତେବେ ଆଧିକାରିକ ସୂତ୍ରରୁ ଏନେଇ କୌଣସି ସୂଚନା ମିଳି ନଥିବା ବେଳେ ବି-ଟାଉନ୍‌ରେ ଏନେଇ ଚର୍ଚ୍ଚା ଜୋର୍‌ ଧରିଛି।



from ମନୋରଞ୍ଜନ – Sambad https://ift.tt/33Py4XV

Post a Comment

0 Comments